ନୂଆଦିଳ୍ଲୀ,୮।୧:ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ସ୍ପିଡ୍ ଟ୍ରେନର ଫାଇନାଲ୍ ଟ୍ରାଏଲ୍। ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ଓ ପ୍ରଥମ କେବୁଲ ଷ୍ଟେ ବ୍ରିଜ ଅଞ୍ଜି ଖଡ ବ୍ରିଜ୍ ଦେଇ ଦ୍ରୁତଗାମୀ ଟ୍ରେନର ଚୂଡ଼ାନ୍ତ ଟ୍ରାଏଲ୍ କରାଯାଇଛି। ରେଲୱେ ସେଫ୍ଟି କମିଶନରଙ୍କ ଉପସ୍ଥିତିରେ ଏହି ଦୁଇ ବ୍ରିଜ ଦେଇ ଟ୍ରେନ୍ ଚଳାଚଳର ଟ୍ରାଏଲ୍ କରାଯାଇଛି।ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଓ ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ଚେନାବ୍ ବ୍ରିଜ। ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର।ଏଥିରୁ ୫୩୦ ମିଟର ମାଟି ଉପରେ ଓ ଶେଷ ୭୮୫ ମିଟର ଚେନାବ ନଦୀ ଉପରେ ନିର୍ମାଣ ହୋଇଛି। ୧୨୦ ବର୍ଷ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକମ୍ପ ନିରୋଧୀ। ଭୂକମ୍ପ ଜୋନ୍-୪ରେ ଚେନାବ ବ୍ରିଜ ଅଞ୍ଚଳ ଆସୁଥିବାରୁ ସେଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ସେହିପରି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜର କୌଣସି କ୍ଷତି ହେବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |