ରାଜଧାନୀରେ ରସୁଲଗଡ଼ ଛକରେ ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ବର,୮।୧:ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ୍‌ ରୋଡ୍‌ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ରାଜଧାନୀ ପ୍ରବେଶ ଦ୍ୱାର କୁହାଯାଉଥିବା ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି । ରାସ୍ତରେ ଦେଖିବାକୁ ମିଳିଛି ରକ୍ତର ବନ୍ୟା । ବିଚ୍ ରାସ୍ତାରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା । ମୃତଦେହରୁ ରକ୍ତ ଝରି ରାସ୍ତାସାରା ହୋଇଯାଇଥିଲା । ଗଣ୍ଡିରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିବା ପୋଲିସ କହିଛି ।ରସୁଲଗଡ଼ ଓଭରବ୍ରିଜ୍‌ରେ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀକୁ ନିଶ୍ଚିତ ଧରାଯିବ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା । କିନ୍ତୁ ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧି ଖସି ଯାଇପାରିବ ନାହିଁ । ସେଇ ସମାନ ପୋଲିସ ଏବେ ଅପରାଧୀକୁ ଧରୁଛି । କିନ୍ତୁ ପୂର୍ବ ସରକାରରେ ଏହା ହେଉନଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!