ଭୁବନେଶ୍ବର,,୮।୧: ରାଜଧାନୀ ଭୁବନେଶ୍ଵର ଜନତା ମୈଦାନରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ରହିଛନ୍ତି। ୩ ଦିନ ଧରି ଚାଲିବାକୁ ଥିବାବେଳେ ଯୁବ ସମାବେଶରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି। ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି ।କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାକୁ ଥିବାବେଳେ ଅତିଥିମାନଙ୍କ ଖାଦ୍ୟପେୟ ପାଇଁ ମଧ୍ୟ ସୁନ୍ଦର ବ୍ୟବସ୍ଥା କରାଯାଇଛି । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ପାଟିରେ ବାଜିବ ଓଡ଼ିଆ ଖାଦ୍ୟ ।ବ୍ଲୁ ଲାଗୁନ ପକ୍ଷରୁ ଅତିଥିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଅତିଥିଙ୍କ ପାଇଁ ପରସାଯିବ । ମକଟେଲରୁ ମିଲ୍ ଆରମ୍ଭ କରାଯିବ । ଅତିଥିମାନଙ୍କୁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଯେମିତି ସନ୍ତୁଳା, ମାଛ ବେସର ଓ ମଞ୍ଜା ମାଣ୍ଡିଆ ସୁପ୍ ଖାଇବାକୁ ଦିଆଯିବ ।ଓଡ଼ିଆ ଖାଦ୍ୟ ସାଙ୍ଗକୁ ଉଭୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଓଡ଼ିଆଙ୍କ ଘରେ ଘରେ ତିଆରି ହେଉଥିବା ମାଛ ବେସର, ରାଜୱାଡି ଆଳୁ, ସନ୍ତୁଳା ମେନ୍ୟୁରେ ରହିଛି । ଏଥିସହ ଭାତ, ରୁଟି , ନାନ୍, ମିକ୍ସ ଭଜା, ପରିବା ଚିପ୍ସ, ଚିଙ୍ଗୁଡ଼ି ମଲାଇ, ପାଳଙ୍ଗଶାଗ ଡାଲି, ଭେଜିଟେବୁଲ ପଲାଉ, ବଟର ନାନ୍, ଲଚ୍ଛା ପରଟା, ମାଣ୍ଡିଆ ରୁଟି, ତନ୍ଦୁରି ରୁଟି, ଘୁଘୁନି, ଆଳୁଦମ୍, ଚକୁଳି ସାଙ୍ଗକୁ ଟମଟୋ ଖଜୂରି ଖଟା ମଧ୍ୟ ପ୍ରସ୍ତୁତ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |