ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),୯।୧ :-ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ସଦର ମହକୁମା ଠାରୁ କଂଗ୍ରା ଯିବା ରାସ୍ତା ମଝିରେ କିଛି ଗଛ ରହିଥିବା ନଜରକୁ ଆସିଛି।ପ୍ରଶାସନ ପକ୍ଷରୁ ଗଛ କଟା ଯାଉନଥିବା ବେଳେ ବିପଦକୁ ଆମନ୍ତ୍ରଣ କରାଯାଉଛି।ବର୍ତ୍ତମାନ ପ୍ରଶାସନ ପକ୍ଷରୁ ରାସ୍ତା ଚଉଡା କରି ନିର୍ମାଣ କାମ ଚାଲିଛି।ରାସ୍ତା ଚଉଡା ହୋଇ ନିର୍ମାଣ କାମ ଚାଲିଥିବା ବେଳେ ରାସ୍ତା କଡ଼ର ଅତି ନିକଟରେ ଥିବା ଗଛ ଗୁଡ଼ିକ ରାସ୍ତାର ମଝିକୁ ଆସି ଯାଇଛି।ଚକଲାପଦର ଗ୍ରାମ ଠାରୁ କଂଗ୍ରା ଗ୍ରାମ ଯିବା ମଧ୍ୟରେ ଦୁଇଟି ଗଛ ରାସ୍ତା ମଝିରେ ରହିଥିବା ବେଳେ ଆଉ କିଛି ଗଛ ରାସ୍ତାକୁ ଲାଗିକି ରହିଛି।ଯାହା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ରହିଛି।ବିଶେଷ କରି ନୂଆରେ ଯାଉଥିବା ଲୋକ ମାନଙ୍କ ପାଇଁ ଅଧିକ ସମସ୍ୟା ଦେଖା ଦେଇଛି।ଏହି ରାସ୍ତା ଦେଇ ପଞ୍ଚାୟତର ବହୁ ଗ୍ରାମବାସୀ ଚକଲାପଦର ପଞ୍ଚାୟତ ଓ ଝରିଗାଁ ବ୍ଲକକୁ ଯିବା ଆସିବା କରୁଛନ୍ତି।ସେହିପରି ଶହ ଶହ ବାଇକ ଓ ଅନ୍ୟାନ୍ୟ ଗାଡି ଯାତାୟତ କରୁଛି।ତେଣୁ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣବା ସହ ଗଛ ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଦାବି ହୋଇଛି।ଗ୍ରାମବାସୀ ବହୁ ବାର ରାସ୍ତାରୁ ଗଛ ହଟାଇବା ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |