ଭୁବନେଶ୍ୱର,୯।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ଯିବ ୮ଟି ବସ୍। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ରହିଛି। ଏନେଇ ସୂଚନା ଦେଇଛନ୍ତି OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ। ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା ।କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ମହାକୁମ୍ଭ ନୁହେଁ ବିଭିନ୍ନ ତୀର୍ଥ ସ୍ଥାନକୁ ଓଡିଶାରୁ ଗଡିବ ବସ।ସେ କହିଛନ୍ତି, ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଯିବ ୮ଟି ବସ। ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା ହେବ। ପ୍ରତି ଯାତ୍ରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଟିକେଟ ଚାର୍ଜ ରହିଛି। ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |