ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

ଝାରସୁଗୁଡା,୧୦।୧: ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ବିଶାଲଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ । ରାତି ୨ ରୁ ପୋଲିସ ଅଟକ ରଖିଥିବା ନିଜେ ଭିଡ଼ିଓ କରି ସୂଚନା ଦେଇଛନ୍ତି ବିଶାଲ ।ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।ବିଶାଲଙ୍କ ସମେତ କିଛି ସରପଞ୍ଚ ଓ ସମିତିସଭ୍ୟଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡିଛି । ଆଉ କିଛି ସମର୍ଥକ ବି ଅଟକ ଅଛନ୍ତି ।ଶୁକ୍ରବାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି ତା ପୂର୍ବରୁ ବିଶାଳ ଦାସଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ବିଶାଳ ଦାସ ଏକ ଭିଡିଓ କରି ଛତିଶଗଡ ପୋଲିସ ତାଙ୍କୁ ଅନୈତିକ ଭାବେ ଅଟକ ରଖଛି ବୋଲି ବିଶାଳ ସୂଚନା ଦେଇଥିଲେ। ପୋଲିସଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ କହିଲେ ବିଶାଲ ଦାସ ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି।ପୂର୍ବରୁ ମୋ ପରିବାର ସହ ଯାହା ଘଟିଛି, ଝାରସୁଗୁଡ଼ା ପୁଲିସକୁ ଦେଖିଲେ ଏବେ ଡର ଲାଗୁଛି ବୋଲି କହିଛନ୍ତି ବିଶାଲ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!