‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’

ଭୁବନେଶ୍ୱର, ୧୦ା୧ :ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି। ଯେଉଁ ହିତାଧିକାରୀମାନେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍‌ ଇନ୍‌ କରି ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଅପଟ୍‌ ଇନ୍‌ କରିପାରିବେ। ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ।ସୋଶାଲ ମିଡ଼ିଆ Xରେ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି। ବିଶେଷକରି ଭୁଲରେ OPT OUT ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।ଯେଉଁମାନେ OPT IN କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ LOG IN କରିବେ ଏବଂ OPT IN କରିପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!