ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି

ଭୁବନେଶ୍ବର,୧୧।୧: ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି।ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲାକୁ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି।ଟୁଇନ୍ ସିଟିରେ ଘନ କୁହୁଡ଼ି । ଦେଖାଯାଉନି ରାସ୍ତାଘାଟ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଜୀବନକୁ କରୁଛି ଅସ୍ତବ୍ୟସ୍ତ ।  ଭୁବନେଶ୍ବର ଓ କଟକରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଛି । ଏଣୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଉଛି ।୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି। ତେବେ ରବିବାରଠାରୁ ଶୀତ କମିବ ଓ ୧୬ ତାରିଖରୁ ପୁଣି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁଙ୍କ ସୂଚନାନୁସାରେ, ୧୨ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ। ଫଳରେ ଶୀତ ଲହରିରେ ବ୍ରେକ ଲାଗିବ। ମାତ୍ର ୧୬ ତାରିଖରୁ ପୁଣି ଥଣ୍ତାର ପ୍ରଭାବ ବଢ଼ିବ। ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ତା ଜାରି ରହିବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!