ଭୋପାଳ,୧୧।୧: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ପୂର୍ବତନ ବିଜେପି ବିଧାୟକ ତଥା ପୂର୍ବତନ କାଉନସିଲରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ ।ଚଢ଼ାଉ ବେଳେ ଆୟକର ବିଭାଗ ନଗଦ ଟଙ୍କା, ସୁନା, ରୂପା ଓ କାଗଜପତ୍ର ସହ ଏଭଳି କିଛି ଜିନିଷ ପାଇଥିଲା ଯାହା ତଦନ୍ତକାରୀ ଦଳକୁ ଆଶ୍ଚର୍ଯ୍ୟ କରିଥିଲା।ରାଠୋରଙ୍କ ଘରେ ଏକ ପୋଖରୀ ଦେଖିବାକୁ ମିଳିଥିଲା, ଯେଉଁଥିରେ ୩ଟି କୁମ୍ଭୀର ରଖାଯାଇଥିଲା। ଏହି ଚଢ଼ାଉରେ ଆୟକର ବିଭାଗ ନଗଦ ୩ କୋଟି ଟଙ୍କା ଏବଂ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ କରିଛି।ମୋଟ ୧୫୫ କୋଟି ଟଙ୍କାର ଟିକସ ଠକେଇ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଆୟକର ବିଭାଗ ହରବଂଶ ସିଂ ରାଠୋରଙ୍କ ଘରୁ କେବଳ ନଗଦ ଟଙ୍କା ଓ ଅଳଙ୍କାର ଜବତ କରିନାହିଁ ବରଂ ଅନେକ ବେନାମୀ ଗାଡି ମଧ୍ୟ ଜବତ କରିଛି ।ଟିକସ ଠକେଇ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ବିଭାଗକୁ ମିଳିଛି, ଯେଉଁଥିରେ ସମସ୍ତ ପ୍ରକାର ସୂଚନା ଅନ୍ତର୍ଭୁକ୍ତ ହୋଇପାରେ । ତେବେ ତଦନ୍ତକାରୀ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।ଘରର ପୋଖରୀରୁ କୁମ୍ଭୀର ଦେଖିବା ପରେ ବନ ବିଭାଗ ଟିମ୍କୁ ଉଦ୍ଧାର ପାଇଁ ଡକାଯାଇଛି। ଏହା ସହ ରାଠୋରଙ୍କ ବିରୋଧରେ ଏବେ ଫରେଷ୍ଟ ସେଫ୍ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇପାରେ।ଯାଇଥିଲା। ଏହି ଚଢ଼ାଉରେ ଆୟକର ବିଭାଗ ନଗଦ ୩ କୋଟି ଟଙ୍କା ଏବଂ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |