ଲୋକସେବା ଭବନରୁ ଦଲାଲ ଗିରଫ

ଭୁବନେଶ୍ୱର,୧୩।୧:ଲୋକସେବା ଭବନରେ ମାତିଛନ୍ତି ଦଲାଲ।ଲୋକସେବା ଭବନରୁ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୁଲିସ୍‌। କ୍ୟାପିଟାଲ ଥାନା ପୁଲିସ୍‌ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତା’କୁ ଗିରଫ କରିଛି।ଗିରଫ ବ୍ୟାସଦେବ ରଣା ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ୍‌ ଆଇକାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। ତା’ର ବୟସ ୪୭ ବର୍ଷ ବୋଲି ପୁଲିସ୍‌ କହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାସଦେବ ରଣା ଜାଲ ପରିଚୟପତ୍ର ଦ୍ୱାରା ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ନିଜର ପରିଚୟ ଦେଉଥିଲା। ସେ ଉକ୍ତ ଜାଲ ପରିଚୟପତ୍ର ଦ୍ୱାରା ଅବଧାରେ ଲୋକସେବା ଭବନ ଭଳି ସରକାରୀ ପେଣ୍ଠ ସ୍ଥଳରେ ପ୍ରବେଶ କରୁଥିଲା। ଲୋକଙ୍କୁ ଚାକିରି ଦେବା ନାଁରେ ସେ ଟଙ୍କା ଲୁଟ କରୁଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!