ନୂଆଦିଲ୍ଲୀ,୧୩।୧: ଉଦ୍ଘାଟିତ ହେଲା ସୋନମାର୍ଗ ଟନେଲ ବା Z ମୋଡ୍ ଟନେଲ୍। ଏହି ଟନେଲ ଦ୍ୱାରା ଉପକୃତ ହେବେ ଲଦାଖବାସୀ। ଆଉ ଯାତାୟତରେ ହେବନି କୌଣସି ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ସୁଡ଼ଙ୍ଗର ଉଦ୍ଘାଟନ କରିଛନ୍ତି, ଯଦ୍ଵାରା ଏହି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ଯାତାୟତ ସୁଗମ ହୋଇଛି। ସୂଚନା ଅନୁଯାୟୀ, ୨୭୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିବାପରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ଭିତରକୁ ଯାଇ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ସୋନମାର୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଆଉ ଅଧିକ ସମୟ ଲାଗିବନି। ବର୍ଷ ତମାମ ବରଫ ଭିତରେ ଫସୁଥିଲେ ପର୍ଯ୍ୟଟକ। ଟନେଲ୍ ହେବା ଦ୍ୱାରା ଚଳାଚଳ ସୁଗମ ହେବ। ଏଥିସହ ପର୍ଯ୍ୟଟନ ଓ ବ୍ୟବସାୟକୁ ମଧ୍ୟ ଦ୍ରୁତ ଗତିରେ ବଢ଼ାଇବାକୁ ଏହି ଟନେଲ ସହାୟକ ହେବ। ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |