ଭୁବନେଶ୍ଵର,୧୪।୧ : ମକର ସଂକ୍ରାନ୍ତି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ। ଗତକାଲି ରାତି ୮ଟା ୩୦ରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡୁ ସେବାୟତ ଏବଂ ମହାସୁଆରଙ୍କ ମଧ୍ୟରେ ବିବାଦ ଉପୁଜିଛି। ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ, କିନ୍ତୁ ହେଉନାହିଁ କୌଣସି ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ଗତକାଲି ସନ୍ଧ୍ୟା ୮ଟା ସମୟରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି। ବଡ଼ୁ ସେବାୟତ ବାରମ୍ବାର ମୁନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ତେବେ ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଏପଟେ କିନ୍ତୁ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିଛି। ସକାଳୁ ମଙ୍ଗଳ ଆଳତି ହେଇନାହିଁ। ସାହାଣ ମେଲା ଦର୍ଶନ ଚାଲୁଛି। ମକର ସଂକ୍ରାନ୍ତି ପାଇଁ ଲୋକେ ମନ୍ଦିରରେ ଭିଡ଼ ଜମାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |