ପାଟଣା ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪।୧:ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏହିକ୍ରମରେ ସେ କେନ୍ଦୁଝର ଠାରେ ପହଞ୍ଚି ପାଟଣା ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିମାନ ଯୋଗେ ଆସି ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। ପରେ କାର ଯୋଗେ ପାଟଣା ଯାଇ ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଥିଲେ। ଏଥିସହ ପାଟଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।କେନ୍ଦୁଝରର ଗଣପର୍ବ ହେଉଛି ମକର ପର୍ବ। ଏହି ପର୍ବରେ ସାମିଲ ହେବା ନିମନ୍ତେ ଗତ ରାତିରେ ନୂଆଦିଲ୍ଲୀରୁ ଫେରିବା ପରେ ଆଜିଠୁ ମୁଖ୍ୟମନ୍ତ୍ରୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି। ଭୁବନେଶ୍ୱରରୁ ବିମାନରେ ଆସି ସକାଳ ୯ଟା ୪୦ ମିନିଟ୍ ରେ ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଥିଲେ । ଏହାପରେ ସେଠାରୁ କେନ୍ଦୁଝର ଦେଇ ସଡ଼କ ପଥରେ ୧୦ ଟା ୪୦ ମିନିଟ୍‌ରେ ପାଟଣାରେ ପହଞ୍ଚିଥିଲେ ।ସେଠାରେ ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । ଏହାପରେ ନଦୀ କୂଳରେ ଥିବା ପରମେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେଠାରୁ ଯାଇ ସେ ପାଟଣାର ପୁରାତନ ଆନନ୍ଦେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆଜି ସ୍ଥାନୀୟ ଅଞ୍ଚଳରେ ଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରିବେ। ଏହାପରେ ସେ ମା’ ତାରିଣୀଙ୍କ ଦର୍ଶନ କରିବେ। ଆଜିଠୁ ୩ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଥିବା ବେଳେ ସେ ୧୭ ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!