ଖଣ୍ଡଗିରି ଯାତ୍ରାକୁ ନେଇ ଆସିଲା କଟକଣା

ଭୁବନେଶ୍ୱର,୧୪।୧: ଖଣ୍ଡଗିରି ଯାତ୍ରାକୁ ନେଇ ଆସିଲା କଟକଣା। ହେବନି ଅଶ୍ଲୀଳ ନୃତ୍ୟ-ଅଙ୍ଗ ପ୍ରଦର୍ଶନ। ଯାତ୍ରା କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ପରେ ନିଆଯାଇଛି ନିଷ୍ପତି।ଚଳିତ ବର୍ଷ ମାଘ ସପ୍ତମୀରୁ ମଇଦାନକୁ ଓହ୍ଲାଇବେ ୧୨ ଯାତ୍ରା ପାର୍ଟି। କିନ୍ତୁ ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି ।ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ତେବେ ସମୟ କହିବ ଏହି ନିଷ୍ପତ୍ତିକୁ ଯାତ୍ରା ଅନୁଷ୍ଠାନ ମାନିବ ନା ପ୍ରତି ଥର ପରି ଏଥର ହେବ ନଙ୍ଗଳା ନୃଶ୍ୟ।ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ରଙ୍ଗୀନ ଆଲୋକ ମାଳାରେ ଝଲସିବ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶ। ଆଉ ଖଳନାୟକଙ୍କ ଗୁରୁଗମ୍ଭୀର ଡାଇଲଗରେ ପ୍ରକମ୍ପିତ ହେବ ପରିବେଶ। ହେଲେ ଗତ କିଛି ବର୍ଷ ହେଲା ଅଶ୍ଲୀଳ ନୃତ୍ୟକୁ ନେଇ ବଦନାମ ହୋଇଛି ଯାତ୍ରା ମହାକୁମ୍ଭ ଓ ଯାତ୍ରା। ସରକାରଙ୍କ ବାରମ୍ୱାର ତାଗିଦ୍‌ ସତ୍ତ୍ୱେ ଝାଇଁମରା ଡ୍ୟାନ୍ସ ହେଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!