ପୁରୀ,୧୫ା୧: ଶ୍ରୀମନ୍ଦିର ଭିତରେ ବୁଧବାର ଜଣେ ସେବାୟତଙ୍କର ଜୀବନ ଯାଇଛି। ଶ୍ରୀମନ୍ଦିର ଭିତରେ ଘଟିଲା ଅଘଟଣ। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ଜଗା ସୁଆରବଡୁ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |