ଲିଙ୍ଗରାଜ ବିବାଦର ହେଲାନି ସମାଧାନ

ଭୁବନେଶ୍ୱର,୧୫ା୧: ସେବାୟତଙ୍କ ବିବାଦ ପାଇଁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ବିବାଦ ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ। ଆଜି ଆଇନମନ୍ତ୍ରୀଙ୍କ ଘରେ ବସିଥିବା ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ପୁଣି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ମହାସୁଆର ନିଯୋଗ ଓ ବଡୁ ସେବାୟତ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ନେଇ ଆଜି ସକାଳେ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଆଇନ ବିଭାଗ ସଚିବ ଉପସ୍ଥିତ ଥିଲେ। ହେଲେ ବୈଠକରେ ବ୍ରାହ୍ମଣ ନିଯୋଗ ଯୋଗ ଦେଇନଥିଲେ। ବୈଠକରେ କିଛି ଘଣ୍ଟା ଧରି ମାନସମନ୍ଥନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା।ଲିଙ୍ଗରାଜ ମନ୍ଦିର ସେବାୟତ ବିବାଦରେ ପଡ଼ିଲାନି ପୂର୍ଣ୍ଣଚ୍ଛେଦ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ବସିଥିବା ବୈଠକ ଶେଷ ହୋଇଛି । ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହାନ୍ତି ।ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳଙ୍କ ସୂଚନା ।ବୈଠକରେ ଯୋଗ ନେଇ ନ ଥିଲେ ବ୍ରାହ୍ମଣ ନିଯୋଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!