ଆସନ୍ତା ଶିକ୍ଷାବର୍ଷରୁ NEPରେ ହେବ ପାଠପଢା

ଭୁବନେଶ୍ୱର,,୧୬ା୧: ଅସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପଠାପଢା। ଏନେଇ ସୂଚନା ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ବାଲବାଟିକାରୁ ଆରମ୍ଭ ହେବ ଏନଇପି। ଜାନୁଆରୀ ୨୧,୨୨, ୨୩ରେ ୱାର୍କସପ୍ ଅନୁଷ୍ଠିତ ହେବ।ଓଡ଼ିଶାର ବିଦ୍ୟାଳୟ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତି କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ କେବେଠାରୁ ଏନ୍‌ଇପି କାର୍ଯ୍ୟକାରୀ ହେବ ସେନେଇ ବିଜ୍ଞପ୍ତିରେ କିଛି ବି ସ୍ପଷ୍ଟ କରାଯାଇ ନାହିଁ। ଯେତେବେଳେ କି ଆଉ ଦୁଇ ମାସ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଇତିମଧ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ଏପ୍ରିଲ ପ୍ରଥମ ସପ୍ତାହରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନାମଲେଖା ହେବ। ହାତରେ ଆଉ କମ୍‌ ସମୟ ଥିବାବେଳେ ଏପର୍ଯ୍ୟନ୍ତ ସିଲାବସ୍‌ ପ୍ରସ୍ତୁତ ହୋଇ ନ ଥିବାରୁ ଆସନ୍ତା ଶିକ୍ଷାବର୍ଷରେ ଏନ୍‌ଇପି ଲାଗୁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।ଏନ୍‌ଇପି ଲାଗୁ ଦ୍ବାରା ସ୍କୁଲ ଶିକ୍ଷାର ବର୍ତ୍ତମାନର ୧୦+୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ବଦଳରେ ୫+୩+୩+୪ର ଶୈକ୍ଷଣିକ ଓ ପାଠ୍ୟକ୍ରମ ଢାଞ୍ଚା ଲାଗୁ ହେବ। ଅର୍ଥାତ୍‌ ୩ ବର୍ଷ ବୟସରୁ ପିଲାମାନେ ସ୍କୁଲ ଯିବେ। ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ୫ ବର୍ଷରେ ସେମାନେ ପ୍ରାରମ୍ଭିକ(ଫାଉଣ୍ଡେସନାଲ) ଶିକ୍ଷା ଗ୍ରହଣ କରିବେ। ଅଙ୍ଗନୱାଡି/ପ୍ରାକ୍‌ ବିଦ୍ୟାଳୟ/ବାଳବାଟିକା ସମେତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ବିଦ୍ୟାର୍ଥୀଙ୍କୁ କଥୋପକଥନ, କାହାଣୀ, ସଙ୍ଗୀତ, କଳା, ହସ୍ତଶିଳ୍ପ, ଖେଳକୁଦ, ନେଚର୍ ଫିଲ୍ଡ ଟ୍ରିପ୍, ପାଠପଢ଼ା ସାମଗ୍ରୀ ଓ ଖେଳନା ଭଳି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ କରା‌ଯିବ। ପରବର୍ତ୍ତୀ ୩ ବର୍ଷ ଅର୍ଥାତ୍‌ ତୃତୀୟରୁ ପଞ୍ଚମ ଶ୍ରେଣୀରେ ପ୍ରସ୍ତୁତିମୂଳକ(ପ୍ରିପାରେଟୋରି) ଶିକ୍ଷା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟମ(ମିଡିଲ୍‌) ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ(ସେକେଣ୍ଡାରି) ଶ୍ରେଣୀରେ ଶିକ୍ଷା ଗ୍ରହଣ କରିବେ। ପାଠ୍ୟକ୍ରମରେ ଅଭିନବ ପ୍ରଯୁକ୍ତିବିଦ୍ୟା, ଗେମ୍ ଆଧାରିତ ଶିକ୍ଷା, ଶିକ୍ଷାଦାନର ନୂଆଶୈଳୀର ମଡେଲ୍‌ ଆପଣାଯିବ। ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପାସ୍ କରିବେ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!