ନବ ଦାସଙ୍କ ବଡ଼ ଭାଇ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୭।୧: ସ୍ବର୍ଗତଃ ନବ ଦାସଙ୍କ ବଡ଼ ଭାଇ ବ୍ରଜଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍‌ ହୋଇଛି । ନବଙ୍କ ଭାଇ ସୁପର କ୍ଲାସ୍ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଆଇଟି ଆଜି ସକାଳୁ ରେଡ୍ କରିଥିବା ସୂଚନା ।ଉଭୟ ଭୁବନେଶ୍ୱର ଏବଂ ଛତିଶଗଡ଼ ଆୟକର ବିଭାଗ ମିଳିତ ଭାବେ ଏହି ଚଢାଉ କରିଛି । ଚଢ଼ାଉର କାରଣ ସ୍ପଷ୍ଟ ହୋଇ ନାହିଁ ।ସେ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢଉ । ଆୟକର ଟିମ୍‌ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ ଅଛନ୍ତି।ତେବେକେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ ରହିଛି , କେବଳ ସମ୍ବଲପୁର କମ୍ବା ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାବତ୍‌ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!