ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି

ପୁରୀ,୧୭।୧: ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀ ଏବଂ ଅଧିକାରୀଙ୍କ ଲାଗି ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି । ଜାରି ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତି ମାସର ତୃତୀୟ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବୃଦ୍ଧି, ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ମିଳିବ ନାହିଁ ।ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ।ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ଵାଗତ କରାଯାଇଛି । ତେବେ କେବେଠାରୁ ଏହା ଲାଗୁ ହେବ ଓ ଏହାକୁ କେଉଁ ଅଧିକାରୀ ତଦାରଖ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ଏହା ଲାଗୁ ହେବ ବୋଲି ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!