ଭୁବନେଶ୍ୱର,୧୭।୧: ତୀର୍ଥଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରିଷ୍ଠ ନାଗରିକଙ୍କ ପାଇଁ ଯାତ୍ରା ହେବ ସୁଖଦ ।ଏହି ସ୍ପେସାଲ ଟ୍ରେନ୍ ଭୁବନେଶ୍ୱରରୁ ଶିରିଡି- ନାସିକ ଯିବ । ୬ ଜିଲ୍ଲାରୁ ପାଖପଖି ୮୦୦ ଲୋକଙ୍କୁ ଯାତ୍ରା ଆରମ୍ଭ କରିଛି ଟ୍ରେନ ।ଏଣିକି ବୟସ୍କଙ୍କ ପାଇଁ ଥୀର୍ଥଯାତ୍ରା ହେବ ଆହୁରି ସହଜ । ତେବେ ସ୍ପେଶାଲ ଟ୍ରେନ୍ ନେଇ ଯାତ୍ରୀ ସୁବିଧାରେ ଠାକୁରଙ୍କ ଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ ,କେନ୍ଦ୍ରାପଡା , ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |