ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟ ଫରେନ୍ସିକ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଖୁଲାସା ହୋଇଛି। ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଗୋଟିଏ ନୁହେଁ ବରଂ ଏକାଧିକ ବନ୍ଧୁକରୁ ନବ ଦାସଙ୍କୁ ହୋଇଥିବା ଗୁଳିମାଡ଼ । ଏନେଇ ରାଜ୍ୟ ଫରେନ୍ସିକ ଲାବ୍ରୋଟୋରୀରେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି ।ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ଫିଲ୍ଡ ଭଜିଟ ରିପୋର୍ଟରେ ଦର୍ଶାଇଥିଲା ରାଜ୍ୟ ଫୋରେନସିକ ସାଇନ୍ସ ଲ୍ୟାବ୍ । ରିପୋର୍ଟ ଅନୁୟାୟୀ ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।ଏତିକି ଗୁଳି କରିଥିଲା ଗୋପାଳ- ତଥ୍ୟ ଅନୁସାରେ, ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା । ଗୋପାଳ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଖୋକା ଏଯାଏଁ ମିଳିନି । ଗୋପାଳର ଗୋଟିଏ ଗୁଳି ବ୍ଲାଙ୍କ ହୋଇଥିବା ବେଳେ ଆଉ ଗୋଟେ ଅକାମୀ ହୋଇଥିଲା ।ତେବେ ଅନ୍ୟ ଗୁଳିର ଖୋକା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନବ ଦାସ ହତ୍ୟାକାଣ୍ଡ ମାମଲାରେ କେବଳ ଗୋପାଳ ନା ଆଉ କିଏ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |