ରାଜ୍ୟର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର,,୧୮।୧:  ରାଜ୍ୟର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ ଓ ସମ୍ବଲପୁରରେ ପକ୍ଷୀଗଣନା ଆରମ୍ଭ ହେଉଛି ।ଭିତରକନିକାରେ ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି। ଚିଲିକାର ୫ଟି ରେଂଜରେ ୨୧ ଟିମ୍‌ ଦ୍ବାରା ପକ୍ଷୀ ଗଣନା ଜାରି ।ପ୍ରଥମ ଥର ରାଜ୍ୟବ୍ୟାପୀ ସମସ୍ତ ୫୨ଟି ଯାକ ବନଖଣ୍ଡରେ ଏକକାଳୀନ ପକ୍ଷୀ ଗଣନା କରାଯାଉଛି । ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳେ । ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ୩୨ଟି ଟିମ୍‌ ପକ୍ଷୀଗଣନା କରୁଛନ୍ତି । ସେହିପରି ପୁରୀ ବନଖଣ୍ଡ ୫ଟି ରେଂଜରେ ୨୫ ଟିମ୍ ନିୟୋଜିତ ହୋଇଛନ୍ତି ।ଏହି ଶୀତକାଳୀନ ପକ୍ଷୀ ଗଣନାରେ  ଚିଲିକା ୨୧ଟି ଟିମ୍,  ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ସେହିପରି  ବନ୍ୟପ୍ରାଣୀ ଡିଭିଜନରେ ପୁରୀ ୨୫ଟି ଟିମ୍, ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍,  କୋରାପୁଟ ବନାଞ୍ଚଳର ୫ଟି ରେଂଜରେ ୫ଟି ଟିମ୍‌ ଦ୍ବାରା ପକ୍ଷୀଗଣନା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!