ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ କ୍ରମାଗତ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି।ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଗୃହରେ ଚର୍ଚ୍ଚା ହେବ। ଲୋକସଭା ଏବଂ ରାଜ୍ୟସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ଏହି ଅଧିବେଶନ ଶେଷ ହେବ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ସଂସଦ ବନ୍ଦ ରହିବ। ପରେ ମାର୍ଚ୍ଚ ୧୦ରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷହେବ।ଏହି ବଜେଟ କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ଏହି ସମୟରେ ଦରଦାମ ବୃଦ୍ଧି, ଚାଷୀ ଆନ୍ଦୋଳନ, ଆଦାନୀ ପ୍ରସଙ୍ଗ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ। ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନ ହଙ୍ଗାମାର ସହ ଶେଷ ହୋଇଥିଲା। ଅଧିବେଶନ ଶେଷ ହେବାର ଦୁଇ ଦିନ ପୂର୍ବରୁ ସଂସଦ ବାହାରେ ଅପ୍ରୀତିକର ଘଟଣା ଘଟିଥିଲା। ବିଜେପି ଏବଂ କଂଗ୍ରେସ ସାଂସଦଙ୍କ ଧସ୍ତାଧସ୍ତି ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!