ଆଜିଠୁ ଆରମ୍ଭ ହେଲା କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର,୨୦।୧:କୋଣାର୍କରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀ । ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ସମ୍ମିଳନୀର ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ଆୟୋଜିତ ତୃତୀୟ ସମ୍ମିଳନୀରେ ଖଣି ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଯେମିତିକି ମାଇନିଙ୍ଗ ,ଟେନମେଣ୍ଟ ସିଷ୍ଟମ ମଡେଲ , ନୂଆ ଷ୍ଟାର୍ଟଅପ, ଜିଏମ ଓ ଜିଆର୍ ହସ୍ତାନ୍ତର ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ।ସେପଟେ ଆଜିର ସମ୍ମିଳନୀରେ ନିଜର ଜିଓଲୋଜିକାଲ ରିପୋର୍ଟକୁ ସମ୍ମିଳନୀରେ ଉପସ୍ଥାପନ କରିବ ଛତିଶଗଡ଼। ଏ ନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ । ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ‘ଲିଥିଅମ ଉତ୍ତୋଳନରେ ଛତିଶଗଡ଼ ପ୍ରଥମ ରାଜ୍ୟ ଭାବରେ ଟେଣ୍ଡରିଂ କରିଛି । ସେଥିପାଇଁ ଛତିଶଗଡ଼ ମାଇନିଂ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଛତିଶଗଡ଼ରେ ଆମ ରାଜ୍ୟ ୮ ଟି ସୁନା ବ୍ଲକ୍ ମଧ୍ୟ କରିପାରିଛି । ଛତିଶଗଡରେ ଏ ବ୍ୟବସ୍ଥା କିପରି ସଫଳତା ପାଇଛି ଆମେ ଏହାକୁ ବୈଠକରେ ଉପସ୍ଥାପନ କରିବୁ ।’ ଏହାସହ ଓଡ଼ିଶାରେ ନିକଟରେ ଲିଥିୟମ ମିଳିଥିବାରୁ ଓଡ଼ିଶାକୁ ଶୁଭେଛା ଜଣାଇଛନ୍ତି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ବାଲ୍ ।ଏଥିସହ ଜମ୍ମୁ-କାଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଫୋକସ୍ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!