ଆଜି ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ

ନୂଆଦିଲ୍ଲୀ,୨୦।୧:ଆଜି ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ସେହିପରି ରିପବ୍ଲିକାନ୍ ପାର୍ଟିର ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ସ୍ଥାନୀୟ ସମୟ ଦିନ ୧୨ଟା ବା ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଓ୍ବାଶିଂଟନ ଡିସି କ୍ୟାପିଟଲରେ ଶପଥ ସମାରୋହ ହେବ । ଡୋନାଲ୍ଟ ଟ୍ରମ୍ପ ଶପଥ ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ନେତା ଉପସ୍ଥିତ ରହିବେ । ଭାରତ ପକ୍ଷରୁ ବୈଦଶମନ୍ତ୍ରୀ ଏସ. ଜୟଶଙ୍କର ଏଥିରେ ସାମିଲ୍ ହେବେ ।ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି। ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି। ଆଜିଠୁ ଆମେରିକାରେ ପୁଣି ଟ୍ରମ୍ପ ଶାସନ। ହ୍ୱାଇଟ୍ ହାଉସରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ। ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବେ। ଭାରତୀୟ ସମୟ ରାତି ସାଢେ ୧୦ଟା ଓ ଆମେରିକା ସମୟ ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ। ଏଥିପାଇଁ ଫ୍ଲୋରିଡାରୁ ୱାଶିଂଟନରେ ପହଞ୍ଚିଛନ୍ତି ଟ୍ରମ୍ପଙ୍କ ସପରିବାର।ଭବ୍ୟ ଶପଥ ସମାରୋହ ପାଇଁ ପ୍ରସ୍ତୁତ ହୋଇଛି କ୍ୟାପିଟଲ୍ ହିଲ୍ ରୋତୁଣ୍ଡା। ମଞ୍ଚ ପ୍ରସ୍ତୁତ, ଅତିଥି ବି ଆସିସାରିଲେଣି। ମାଇନସ୍ ୭ ଡିଗ୍ରୀ ଯାଏଁ ଥଣ୍ଡା ଆକଳନ ପରେ ବଦଳିଛି ରାଷ୍ଟ୍ରପତିଙ୍କ ଶପଥ ସମାରୋହ ସ୍ଥଳ। ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!