ଭୁବନେଶ୍ୱର,୨୦ା୧: ଆସନ୍ତା ୨୪ରୁ ହେବ ପିଏମ୍ ଆବାସ ସର୍ଭେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା। ଦେଢରୁ ଦୁଇମାସ ଚାଲିବ ଆବାସ ସର୍ଭେ।ହେଲେ ଏଥର ପିଏମ ଆବାସ ଯୋଜନାରେ କେନ୍ଦ୍ର ସରକାର ନିୟମାବଳୀକୁ କୋହଳ କରିଛନ୍ତି। ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଯେଉଁଥିରେ ଅନେକ ଲାଭ ପାଇପାରିବେ। ସ୍ୱାମୀଠାରୁ ଅଲଗା ରହୁଥିବା ମହିଳା ବି ଆବେଦନ କରିପାରିବେ। ଏହାଛଡ଼ା ବାପାଠୁ ଭିନ୍ନେ ହୋଇଥିବା ପୁଅବି ଆବେଦନ କରିପାରିବେ।ଦୁଇମାସ ମଧ୍ୟରେ ରାଜ୍ୟ ସରକାର ସର୍ଭେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। କେନ୍ଦ୍ର ସରକାର ନିୟମାବଳୀକୁ କୋହଳ କରିଛନ୍ତି। ବାଇକ, ଫ୍ରିଜ ଥିଲେ ମଧ୍ୟ ଆବେଦନ କରିପାରିବେ। ବାର୍ଷିକ ୧୫୦୦୦ ଆୟ ଥିଲେ ବି କରି ପାରିବେ ଆବେଦନ। କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ବାପଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ। ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ସରକାର ରଖିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |