ବଡନୀ ଗ୍ରାମରେ ପୋଲିସର ଉପସ୍ଥିତି ରେ ମଣ୍ଡେଇ ରେ ଚାଲିଲା ଖୁଡୁ ଖୁଡ଼ି ଜୁଆ ଖେଳ

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର )୨୦।୧:ଝରିଗାଁ ବ୍ଲକ ବଡନି ଗ୍ରାମରେ ଅଜି ଆଦିବାସୀ ମଣ୍ଡେଇ ପାଳିତ ହୋଇଯାଇଛି। ଏହି ଅବସରରେ ବଜାର ବସିଥିବା ବେଳେ ରାତ୍ରୀରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ଚାଷୀ ନିଜ ଚାଷ ଅମଳ କରି ବିକିବା ସମୟ.। କିନ୍ତୁ ଏହି ସମୟରେ ଜୁଆ ଖେଳାଳି ମାନେ ସଜାଗ ହୋଇ ନିରୀହ ଗରିବ ଆଦିବାସୀ ଚାଷୀ ମାନଙ୍କୁ ନାଟ ବଜାର ଯାତ୍ରା ମଣ୍ଡାଇ ଠାରେ ଲୁଟିବା ପାଇଁ ଏହି ଖୁଡ଼ ଖୁଡି ଖେଳ ଆରମ୍ଭ କରନ୍ତି। ଆଜି ବଡ଼ନୀ ଗ୍ରାମରେ ମଣ୍ଡାଇ ବଜାର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ପଟେ ପୋଲିସ ର ଉପସ୍ଥିତିରେ ଖୁଲେମ ଖୁଲା ଏହି ଜୁଆ ଖେଳ ଚାଲିଥିଲା। ଏବିଷୟରେ ଝରିଗାଁ ଥାନାକୁ ମଧ୍ୟ ଯୋଗାଯୋଗ କରା ଯାଇଥଲା। ନବରଙ୍ଗପୁର ଏସପିଙ୍କ ଅଫିସ କୁ ବି ଫୋନ ଯୋଗେ ଯାଗାଯୋଗ କରା ଯାଇଥିଲି କିନ୍ତୁ ଦୁଃଖର ବିଷୟ ଏହି ଜୁଆ ଖେଲକି ବନ୍ଦ କରିପାରିଲାନି ପ୍ରଶାସନ। ଏଭଳି ଜୁଆ ଖୁଡ଼ ଖୁଡି ସ୍ଥାନୀୟ ଗରିବ ନିରୀହ ଆଦିବାସୀ ଚାଷୀ ଙ୍କ ପାଇଁ କାଳ। ରବିବାର ରାତ୍ରିରେ ପ୍ରାୟ 15 ଟି ଖେଳ ଚାଲିଥିଲା। ଖାଲି ବଡ଼ନୀ ନୁହଁ ଝରିଗାଁ ବ୍ଲକ ର ଗାଁ ଗହଳିରେ ଖୁଡ଼ ଖୁଡି ଜୁଆ ଭଳି ନିନ୍ଦନୀୟ ପ୍ରଥା ଚାଲି ଆସୁଛି ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଝିଛି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏସବୁ ଅସାମାଜିକ କାର୍ଯ୍ୟକୁ ବନ୍ଦ କଲେ ନିରୀହ ଆଦିବାସୀ ଧାନ ଜୀବନ ସୁରକ୍ଷିତ ରହିଥାନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!