ଭୁବନେଶ୍ୱର,୨୦।୧: ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ ଦିଆଯାଇଛି। ତଦନ୍ତ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ତଲବ ହୋଇଛି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ପୁଣି ଚାଞ୍ଚଲ୍ୟକର ତଥ୍ୟ । କେବଳ ଗୋପାଳ ନୁହେଁ ଏକାଧିକ ବନ୍ଧୁକରୁ ନବଙ୍କୁ ଗୁଳି କରାଯାଇଥିବା ଜଣାପଡ଼ିବା ପରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରପର୍ଟି ସିଜର ଲିଷ୍ଟରେ ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳି ଯାଇଛି । ପୂର୍ବରୁ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନଥିଲା । ଏବେ ପୁଣି ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳି ଯିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।ନବଙ୍କୁ ଗୁଳିମାଡ଼ ବେଳେ ଘଟଣାସ୍ଥଳ ଗାନ୍ଧୀଛକରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଉପସ୍ଥିତ ଥିଲେ । ନବ ଦାସଙ୍କୁ ଗୁଳିମାଡ଼ ପରେ ସେ କାରର ସାମ୍ନା ସିଟ୍ରେ ଟଳି ପଡ଼ିଥିଲେ । ନବ ଦାସଙ୍କୁ ପଛରୁ ଧରି କାର ସିଟ୍ରେ ଶୁଆଇ ଦେଇଥିଲେ ଶୁଭେନ୍ଦୁ ।ରକ୍ତଭିଜା ସାର୍ଟକୁ ନେଇ ଆସିଲା ନୂଆ ତଥ୍ୟ। କ୍ରାଇମବ୍ରାଞ୍ଚର ବଡ଼ ସୂଚନା। ପୋଡ଼ି ଦିଆଯାଇଛି ନବଙ୍କ ରକ୍ତଭିଜା ସାର୍ଟ। ଯାହା ମାଧ୍ୟମରେ ଅନେକ ତଥ୍ୟ ମିଳିପାରିଥାନ୍ତା। ହେଲେ ସେ ପ୍ରମାଣ ବି ନଷ୍ଟ ହୋଇଯାଇଛି।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନବଙ୍କ ସାର୍ଟ ଓ ପ୍ୟାଣ୍ଟ ପୋଡି ଦେଇଥିବା ସୂଚନା ମିଳିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କ୍ରାଇମବ୍ରାଞ୍ଚକୁ ଜଣାଇଥିବା କୁହାଯାଉଛି।କ୍ରାଇମବ୍ରାଞ୍ଚର କହିବା କଥା କୋଭିଡ଼ ପ୍ରୋଟୋକଲ୍ ପାଇଁ ଏକ ମେଡିକାଲରେ ନବଙ୍କ ରକ୍ତଭିଜା ସାର୍ଟକୁ ପୋଡ଼ି ଦିଆଯାଇଛି। ହେଲେ କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ନବଙ୍କ ସାର୍ଟ ପୋଡ଼ିଲେ ତା ଉପରେ ପ୍ରଶ୍ନ ଉଠିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |