ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୯।୧:-ଆସନ୍ତା ଫେବୃୟାରୀ ୧୩ ରେ ହେବ ଡାବୁଗାଁ ମଣ୍ଡେଇ। ପାରମ୍ପରିକ ବୈଠକ ବେହେରନ୍ ରେ ନିଆଗଲା ନିଷ୍ପତ୍ତି |ଆଜି ରବିବାର ଅପରାହ୍ନ 5:30ସମୟରେ ଡାବୁଗାଁ ସଦର ମହକୁମା ସ୍ଥିତ ବାବା ଭୈରବ ଙ୍କ ମନ୍ଦିର ନିକଟରେ ଡାବୁଗାଁ ଅଞ୍ଚଳର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ପାରମ୍ପରିକ ବୈଠକ (ବେହେରନ୍) କଲେ। ଏହି ବୈଠକରେ ସମସ୍ତଙ୍କ ମତାମତ ନେବା ପରେ ସ୍ତିରୀ ହେଲା ଆଗାମୀ ୬ ତାରିଖରେ ଡାବୁଗାଁ ରେ ଦୁଲାରଡେଇ ବଜାର ହେବ।୧୨ତାରିଖ ରେ ଡାବୁଗାଁର ଇଷ୍ଟ ଦେବ ବାବା ଭୈରବ ବା ବଡ଼ଦେବତାଙ୍କ ପୂଜା ହେବ ଓ ଫେବୃଆରୀରେ ଡାବୁଗାଁ ପାରମ୍ପରିକ ମଣ୍ଡେଇ ହେବ।ସବୁବର୍ଷ ଭଳି ଏବର୍ଷ ମଧ୍ୟ୍ୟ ଧୂମଧାମ ରେ ପାଳନ କରିବା ପାଇଁ ସ୍ଥିର ହେଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |