ଭୁବନେଶ୍ୱର,୨୦ା୧: ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ବୃଦ୍ଧି ଅଭିଯୋଗ କରି, ସୋମବାର ଓଡ଼ିଶା ପ୍ରଦେଶ କଂଗ୍ରେସର ଯୁବ ଶାଖା ଭୁବନେଶ୍ୱରର ଲୋୟର ପିଏମଜିରେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲା। ଶହ ଶହ ଯୁବ କଂଗ୍ରେସ କର୍ମୀ ଉତ୍ତେଜିତ ଏବଂ ସ୍ଲୋଗାନ ଦେଇଥିଲେ। ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବ୍ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ|ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ଅଭିଯୋଗ ଆଣି ଆଜି ଯୁବ କଂଗ୍ରେସ ଘୋଷଣା ପ୍ରତିବାଦ କରିଛି । ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’ କରାଯାଇଛି। ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା, ତାହା ପୂରଣ କରିବାରେ ଅସମର୍ଥ ହୋଇଛି। ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାର ସୁଧାର, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ଉପରେ ଅତ୍ୟାଚାର ବନ୍ଦ, ଖଣି ଖାଦନ ଲୁଟ୍ ବନ୍ଦ, ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ, ମହଙ୍ଗା ମାଡ଼ରୁ ନିସ୍ତାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଉକ୍ରଟ ବେକାରୀ ସମସ୍ୟା ନିୟନ୍ତ୍ରଣ, ଦୁର୍ନୀତି ଓ କଳା ତାଲିକା ଭୁକ୍ତ କମ୍ପାନୀକୁ ପ୍ରତ୍ସାହନ ବନ୍ଦ ଆଦିରେ ଦାବିରେ ଏହି ସମାବେଶ ଆୟୋଜନ କରାଯାଇଛି।କଂଗ୍ରେସ୍ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ୭ ମାସରେ କିଛି କରିନାହିଁ । ଡବଲ ଇଞ୍ଜିନ ସରକାର ଯୁବମାନଙ୍କୁ ଦୁଇ ଗୁଣିତ ଶୋଷଣ କରୁଛି। ଧାନର କଟନୀ ଛଟନୀ ନେଇ ତାରା ବର୍ଷିଛନ୍ତି। ଧାନ କିଣାରେ ୮ ରୁ ୧୦ କେଜି କଟନୀ ଛଟନୀ ହେଉଛି। ସେହି ଟଙ୍କା ମନ୍ତ୍ରୀଙ୍କ ପାଖକୁ ଯାଉଛି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |