ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦

କୋଲକାତା, ୨୨।୧ :ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ । ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବାକୁ ଯାଉଥିବା ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନକାରୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଉପରେ ନଜର ରହିବ। ଆସନ୍ତା ମାସରେ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବ। ତେଣୁ ତା’ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଟି୨୦ ସିରିଜ ଏବଂ ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୩ ଦିନିକିଆ ବିଶ୍ୱକପରେ ଶାମି ୪ଟି ମ୍ୟାଚ ଖେଳିପାରି ନ ଥିଲେ ହେଁ ଭାରତର ଟପ୍‌ ଉଇକେଟ ହାସଲକାରୀ ବିବେଚିତ ହୋଇଥିଲେ। ସେ ମୋଟ ୨୪ଟି ଉଇକେଟ ହାସଲ କରିଥିଲେ। ଏହା ମଧ୍ୟରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୭/୫୭ ସଫଳତା ସାମିଲ। ଟି୨୦ ସିରିଜରେ ତାଙ୍କ ଫିଟ୍‌ନେସର ଉପଯୁକ୍ତ ପ୍ରମାଣ ମଧ୍ୟ ମିଳିବ। ୨୦୨୩ ନଭେମ୍ବର ୧୯ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପରଠାରୁ ଶାମି ଆଉ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେ ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥିଲା। ସେଥିରୁ ସୁସ୍ଥ ହେବା ପରେ ସେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ବାମ ଆଣ୍ଠୁ ଫୁଲିବା ଯୋଗୁ ଅନ୍ତର୍ଜାତୀୟ କ୍ରିକେଟକୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜ ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଆଜିଠାରୁ ବିଶ୍ବ ଚମ୍ପିଆନ୍ ଭାରତ ଓ ପୂର୍ବତନ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି ୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଇଡେନ ଗାର୍ଡେନ୍‌ସରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ୨୦୨୪ରେ ୩ଟି ଫର୍ମାଟ ମଧ୍ୟରୁ ଟ୍ବେଣ୍ଟି୨୦ରେ ଭାରତର ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଏହିବର୍ଷ ଭାରତ ବିଶ୍ବକପ୍‌ ଚମ୍ପିଆନ୍‌ ହେବା ସହ ୨୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ମାତ୍ର ୨ଟି ହାରିଛି। ୬ ବର୍ଷ ହେଲା ଘରୋଇ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତ ହାରିନାହିଁ। ପୁଣି ୧୦ ବର୍ଷ ହେଲା ଭାରତକୁ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଇଂଲଣ୍ଡ ହରାଇନାହିଁ ଏବଂ ଭାରତ କ୍ରମାଗତ ୪ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଛି। ଗତବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷ​‌େ​‌ର ଇଂଲଣ୍ଡ ମଧ୍ୟ ଟ୍ବେଣ୍ଟି୨୦ରେ ଭଲ ଫର୍ମରେ ଅଛି। ଉଭୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଆନ୍ତି। ଭାରତ ଓ ଇଂଲଣ୍ଡ ଟ୍ବେଣ୍ଟି୨୦ ଦଳରେ ବିଶେଷ ଫରକ ନାହିଁ।ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।

ଭାରତ ଦଳ (ସମ୍ଭାବ୍ୟ ୧୧): ସଂଜୁ ସାମସନ୍ (ୱିକେଟ୍‌ରକ୍ଷକ), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି।
ଇଂଲଣ୍ଡ ଏକାଦଶ: ବେନ୍ ଡ‌କେଟ୍‌, ଫିଲ୍ ସଲ୍ଟ (ୱିକେଟ୍‌ରକ୍ଷକ), ଜୋସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, ଜ୍ୟାକବ୍‌ ବେଥେଲେ୍‌, ଜାମି ଓଭରଟନ୍‌, ଗସ୍ ଆଟ୍‌କିନ୍‌ସନ୍‌, ଜୋଫ୍ରା ଆର୍ଚର, ଆଦିଲ ରସିଦ୍‌, ମାର୍କ ଉଡ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!