ମହିଳା ଯୋଜନାରେ ପଶିଗଲେ ପୁରୁଷ

ଭୁବନେଶ୍ୱର,୨୨ା୧: ମହିଳାଙ୍କ ବଦଳରେ ପୁରୁଷ କରିଛନ୍ତି ସୁଭଦ୍ରା ଯୋଜନାରେ ଆବେଦନ । ଏ ନେଇ ଚାଞ୍ଚଲ୍ୟକର ତଥ୍ୟଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜଣେ କି ଦୁଇଜଣ ପୁରୁଷ ନୁହେଁ ବରଂ ଏକାସାଙ୍ଗରେ ୧୫୭ ଜଣ ପୁରୁଷ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି ।ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫ବର୍ଷରେ ୫୦ହଜାର ଟଙ୍କା ମିଳିବ। ପ୍ରତିବର୍ଷ ଯୋଗ୍ୟ ମହିଳା ହିତାଧିକାରୀ ୧୦ ହଜାର ଟଙ୍କା ପାଇବେ।। ଏହି ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବା ବେଳେ ମହିଳାମାନେ ମଧ୍ୟ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି।ଏହାରି ଭିତରେ ସୁଭଦ୍ରା ଯୋଜନାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଚାଞ୍ଚଲ୍ୟକର ମନ୍ତ୍ରବ୍ୟ ଦେଇଛନ୍ତି। ସୁଭଦ୍ରାରେ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି ବୋଲି କହିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମହିଳା ଆତ୍ମନିର୍ଭରଶୀଳ ହେବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କରିଥିବାବେଳେ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡ ଓ ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହି ସତ ପଦାକୁ ଆସିଛି ।
ପୁରୁଷ ଆବେଦନକାରୀଙ୍କୁ ବାଦ ଦିଆଯାଇଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା।ରାଜ୍ୟ ବାହାରେ କାମ ପାଇଁ ଯାଇଥିବା ଯେଉଁ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି, ସେମାନେ ଆବେଦନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଶେଷକରି ଗଂଜାମ, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟର ମହିଳା ରାଜ୍ୟ ବାହାରକୁ ଯାଇଛନ୍ତି। ସେମାନଙ୍କୁ ଏହି ଯୋଜନା ସହ ଯୋଡିବା ପାଇଁ ବିଭାଗ କାମ କରୁଥିବା ପ୍ରଭାତୀ ପରିଡା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!