ଭୁବନେଶ୍ୱର,୨୨ା୧: ଓଡିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ) ନିୟମାବଳୀ, ୨୦୧୭ରେ ସଂଶୋଧନ ପାଇଁ ଓଡିଶା କ୍ୟାବିନେଟ ବୁଧବାର ଦିନ ଅନୁମୋଦନ କରିଛି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଓଡ଼ିଶା ମେଡିକାଲ୍ ଏବଂ ସ୍ୱାସ୍ଥ୍ୟ ସେବା (ଓଏମଏଚଏସ) କ୍ୟାଡରରେ ଡାକ୍ତରୀ ଅଧିକାରୀଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହି ପ୍ରସ୍ତାବ ମଧ୍ୟରେ ରାଜ୍ୟରେ ନୂଆ ଡାକ୍ତର ନିଯୁକ୍ତ ହେବେ ବୋଲି ମଧ୍ୟ ମଞ୍ଜୁରୀ ମିଳିଛି। ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ ସଂଶୋଧିତ ହୋଇଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ। ଅଧିକ ମେଡିକାଲ କଲେଜ କରି ଅଧିକ ଡାକ୍ତର ସୃଷ୍ଟି କରିବୁ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଖୁବ୍ଶୀଘ୍ର ୫ ହଜାର ଡାକ୍ତର ପଦ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ୧୨୪ ଡେଣ୍ଟାଲ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି।ଏଥିସହିତ କ୍ୟାବିନେଟ୍ରେ ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ ମିଳିଛି। ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ବର୍ଷ ବଜେଟ୍ରେ ୧ ହଜାର କୋଟି ଟଙ୍କା ଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଆବଶ୍ୟକତା ଦେଖି ବ୍ୟୟ ବରାଦ ବଢ଼ିବ। ‘ଓଡ଼ିଶା ନବୀନ ଓଡ଼ିଶା’ ପୂରା ଫେଲ ମାରିଥିଲା। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଠିକାଦାରୀ ସନ୍ତୁଷ୍ଟୀକରଣ ପାଇଁ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |