ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା ,୨୩ା୧:   ପର୍ଯ୍ୟଟକଙ୍କ ପାଇଁ  ଆଜିଠୁ ଖୋଲିଲା ଭିତରକନିକା। କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ଥିଲା। ୧୪ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା ଏହି ପର୍ଯ୍ୟଟନସ୍ଥଳୀ।ଭିତରକନିକା ଖୋଲିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ୧୪ ତାରିଖରୁ କୁମ୍ଭୀର ଗଣନା ଚାଲିଥିବାରୁ ସାଧାରଣ ଲୋକଙ୍କୁ ଉଦ୍ୟାନ ଭିତରକୁ ପ୍ରବେଶ ମନାଥିଲା।ଚଳିତ ବର୍ଷ କୁମ୍ଭୀର ଗଣନାରେ ୧୮୬୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୮୨୬ଟି ଥିଲା। ତେବେ ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ଅଧିକ ଚିହ୍ନଟ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!