ରାଜ୍ୟରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର,୨୩ା୧: ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ଏଥିପାଇଁ ତତ୍ପରତା ଦେଖାଇବାକୁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ସମସ୍ତ ଜିଲାପାଳଙ୍କୁ ଚିଠି କରିଛନ୍ତି ।ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ତାଲିମ ଦେବା ଓ ପ୍ରୋତ୍ସାହନ ପ୍ରଦାନ ଆଦି ପ୍ରକ୍ରିୟାକୁ ଜୋରଦାର କରିବାକୁ ଜିଲା ଅଧିକାରୀଙ୍କୁ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସବୁଠୁ ଅଧିକ ଗୁରୁତ୍ବ ଦେଉଥିବା କ‌ଥା କୁହାଯାଇଛି।ମହିଳା ସଶକ୍ତିକରଣ ଅଭିଯାନ ଭିତରେ ‘ଲକ୍ଷପତି ଦିଦି ଏକ ସ୍ବତନ୍ତ୍ର ଅଭିଯାନ। ପ୍ରତି ମହିଳା ଗୋଷ୍ଠୀରେ ଅତିକମ୍‌ରେ ୧୦ ଜଣ ସଦସ୍ୟ ଅଛନ୍ତି। ଏମିତି ରାଜ୍ୟରେ ଏବେ ୫ ଲକ୍ଷ ୨୯ ହଜାର ସକ୍ରିୟ ମହିଳ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି। ୬୦ ଲକ୍ଷରୁ ଅଧିକ ମହିଳା ରେ ସଦସ୍ୟା ଅଛନ୍ତି।ଏମାନଙ୍କ ମଧ୍ୟରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୬ ଲକ୍ଷ ୧୯ ହଜାର ‘ଲକ୍ଷପତି ଦିଦି’ ଚିହ୍ନଟ କରିବା ଅଥବା ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର ସରକାର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!