ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୩ା୧ :-ରାଇଲିଗୁଡା ଠାରେ ଅଵିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକଙ୍କ ଅଧ୍ୟକ୍ଷତାରେ ଶାଖା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଳକ ସ୍ତରୀୟ ମଗଧା ଗୈାଡ ସମାଜର ୨୦୨୫ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କୋରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭା ର ସଭାପତି ଶ୍ରୀଯୁକ୍ତ ଭୁବନ ଗୈାଡ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଡାବୁଗାଁର ସମାଜ ସେଵକଶ୍ରୀଯୁକ୍ତ ମଣ୍ଟୁ ପରିଡ଼ା, ଅବିଭକ୍ତ କୋରାପୁଟ ଜିଲ୍ଲା ମଗଦା ଗୈାଡ ମହାସଭାର କୋଷାଧ୍ୟକ୍ଷ ଶ୍ରୀ ସନ୍ୟା ଗୈାଡ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ପାପଡା ହାଣ୍ଡି ବ୍ଳକର ଶ୍ରୀ ଜଗବନ୍ଧୁ ଗୈାଡ, ଶୁକ୍ର ଗୈାଡ,ଭରତନିହାଲ, ହରି ଗୈଡ ସରଣ ଗୈଡ, ଡାଵୁଗାଁ ବ୍ଲକ ସଭାପତି କୁର୍ପାସିନ୍ଦୁ ଗୈଡ, ଦୟୁନୁ ଗୈଡ, ନଵରଙ୍ଗପୁର ପ୍ରଲାଦ ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ପିତବାସ ନାୟକ,ଘନପତି ଗୈାଡ, କଷାଗୁମଣ୍ଡା ଡାଲବନ୍ଦୁ ଗୈାଡ,ଲକିନାଥ ଗୈାଡ, ଦାସରଥିନାୟକ, ବାନୁଆଗୁଢା ଜଗବନ୍ଧୁ ଗୈାଡ, ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ସଭାନେତ୍ରୀ ଶ୍ରୀମତୀ ସୁଜାତା ଗୈଡ, ସମେତ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଗୈାଡ ସମାଜର ମହିଳା ପୁରୁଷ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |