ଡାବୁଗାଁ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୩ା୧:ଡାବୁଗାଁ ସଦର ମହକୁମା ସ୍ଥିତ ବ୍ଲକ୍ କୋଲନୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ହୋଇ ଯାଇଛି। Brcc ଭଗବାନ ମାଝି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ABEO ସନ୍ତୋଷ ସାହୁ, ପିରାମଲ୍ ଫାଉଣ୍ଡେସନର ସଂଯୋଜକ ହିତେଶ ଭାଲେରାଓ ଓ ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରୀ ଜ୍ୟୋତ୍ସ୍ନା ପରିଡ଼ା ସହ, CRCC ହେମେନ୍ଦ୍ର ବେହେରା ଓ ଗୀତାଞ୍ଜଳି ବସ୍ତିଆ ପ୍ରମୁଖ। ଏହା ସହ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମ ବହୁ ସୁନ୍ଦର ଭାବରେ ମଂଚ ପରିଚାଳନା ଲାରିଥିଲେ CRCC ଗୁପ୍ତେ ପ୍ରସାଦ ନାଗ। ଏହା ସହ ଝିଅ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହା ସହ ଅତିଥି ମାନେ ମଧ୍ୟ ଦେଶ ଆଗେଇବା ପାଇଁ ଝିଅ ମାନଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ ଏହା ସହ ବାଲ୍ୟବିବାହ ନିରାକରଣ କରାଇବା ଉପରେ ଆଲଚନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!