ନୂଆଦିଲ୍ଲୀ,୨୩ା୧: ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ ନାହିଁ। ତେବେ ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସ ପାଳନ ପରେ ଲାଲକିଲାଠାରେ ଅନୁଷ୍ଠିତ ହେବାକୁ ଥିବା ୧୪ ଦିନିଆ ଭାରତ ପର୍ବରେ ସ୍ଥାନ ପାଇବ।ରାଜଧାନୀ ଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳାଠାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଚୂଡାନ୍ତ ରୂପରେଖ ଦିଆଯାଇଛି। ଓଡ଼ିଶାର ପ୍ରଚୀନ ବୋଇତ ବନ୍ଦାଣ ପରମ୍ପରା ଅନୁଯାୟୀ ଏହାକୁ ରୂପ ଦିଆଯାଇଛି।ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ‘ଭାରତ ପର୍ବ’ ଗଣତନ୍ତ୍ର ଦିବସ ପାଳନ କରିବାର ଏକ ଅଂଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |