ଭୁବନେଶ୍ୱର ୨୩/୦୧: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ଭାରତୀୟ ସ୍ୱାଧିନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋସଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବରପୁତ୍ରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇ ଦେଶପ୍ରେମରେ ସାରା ଦେଶ ମନେପକାଉଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ । ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି । ନେତାଜୀଙ୍କୁ ‘ଜାତୀୟ ପୁତ୍ର’ ଏବଂ ‘ଆଜାଦ୍ ହିନ୍ଦ୍ ଫୌଜ’ ପ୍ରତିଷ୍ଠା ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଦାବି ହୋଇଛି। ଆଜି ନେତାଜୀ ଜୟନ୍ତୀ ଥିବାବେଳେ ଏହାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ବୁଧବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। କଟକର ସମାଜସେବୀ ପୀନାକ୍ ପାଣି ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୧୨କୁ ଧାର୍ଯ୍ୟ ହୋଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଏ ଦେଶରେ ଉଚିତ୍ ସମ୍ମାନ ମିଳିପାରି ନାହିଁ। ନେତାଜୀଙ୍କ ଦେଶପ୍ରତି ଅବଦାନ ଏବଂ ସ୍ବାଧୀନତା ପାଇଁ ସେ ଯେଉଁଭଳି ବଳିଦାନ ଦେଇଛନ୍ତି । ତାଙ୍କୁ ଦେଶର ‘ଜାତୀୟ ପୁତ୍ର’ ଭାବେ ସରକାର ଘୋଷଣା କରିବା ଆବଶ୍ୟକ। ଏଥିସହ ତାଙ୍କ ଦ୍ବାରା ଗଠିତ ‘ଆଜାଦ୍ ହିନ୍ଦ୍ ଫୌଜ ପ୍ରତିଷ୍ଠା ଦିବସକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବା ପାଇଁ ଆବେଦନକାରୀ ଶ୍ରୀ ମହାନ୍ତି ପିଟିସନ୍ରେ ଦର୍ଶାଇଛନ୍ତି ଏବଂ ତାଙ୍କର ଜନ୍ମସ୍ଥାନକୁ ‘ଜାତୀୟ ସ୍ମାରକୀ’ ଭାବେ ଘୋଷଣା କରାଯିବା ଲାଗି ମଧ୍ୟ ଆବେଦନରେ ଦର୍ଶାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |