ପୁରୀ,,୨୩ା୧: ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ପରେ ଏଭଳି ୱାଚ ଟାୱାର ପାଇଁ ନିଷ୍ପତ୍ତି ନେଉଛନ୍ତି ସରକାର।ଶ୍ରୀମନ୍ଦିର ବାହାରେ ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ବାହାରେ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ୱାଚ୍ ଟାୱାର ପାଇଁ ଚିନ୍ତା କରୁଥିବା ସେ କହିଛନ୍ତି । କାହିଁକି ନା ବିଗତ କିଛି ଦିନ ହେବ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ପୋଲିସ୍ର ତାଗିଦ ସତ୍ତ୍ୱେ ମଧ୍ୟ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡ଼ୁଥିବାର ନଜର ଆସୁଥିଲା । ତେବେ ଏହି ଡ୍ରୋନ୍ର ଗତିବିଧି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ବାହାରେ ରାଜ୍ୟ ସରକାର ୱାଚ୍ ଟାୱାର କରିବା ପାଇଁ ଚିନ୍ତା କରୁଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି, ୱାଚ୍ ଟାୱାର୍ ହେଲେ ସୁରକ୍ଷାକର୍ମୀ ଉଚ୍ଚତାରୁ ନଜର ରଖିପାରିବେ । ଡ୍ରୋନ୍ କେଉଁଠୁ ଆସୁଛି, ତାହାକୁ ସୁରକ୍ଷାକର୍ମୀ ଉଚ୍ଚତାରୁ ରହି ନିରୀକ୍ଷଣ କରିପାରିବେ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଯିଏ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିବା ତା’ର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ବାହାରକୁ ଏକ ସୁରକ୍ଷା ବଳୟରେ ରଖିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଅନ୍ୟପଟେ ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଚେକିଂ ହେଉଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |