ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୨୩ା୧:-ଉମରକୋଟ ବ୍ଲକର ଭଣ୍ଡାରିଗୁଡା ଗ୍ରାମ ପଂଚାୟତ ଅଧିନରେ ଥିବା ଐତିହାସିକ ପିଠ ପୋଡ଼ାଗଡ ଠାରେ ଏକ ନୂତନ ପଞ୍ଚାୟତ ସମିତି ଗଠନ ନିମନ୍ତେ ଆଠ ଗୋଟି ଗ୍ରାମ ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ସମସ୍ତ ୱାର୍ଡ ମେମ୍ବର ସହିତ ସମସ୍ତ ବୁଦ୍ଧିଜୀବୀ ଶତାଧିକ ଜନସାଧାରଣ ଉପସ୍ଥିତ ରହି ପୋଡ଼ାଗଡ କୁ ଏକ ନୂତନ ପଂଚାୟତ ସମିତି ଗଠନ ନିମନ୍ତେ ସରକାରଙ୍କ ଠାରେ ଦାବୀ ଜଣାଇବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା l ଉକ୍ତ ପଞ୍ଚାୟତ ଗୁଡ଼ିକ ଉମରକୋଟ ବ୍ଲକ ଅଫିସ ଠାରୁ ୪୦ ରୁ ୫୦କିଲୋ ମିଟର ରାସ୍ତା ଦୂରତା ହେଉଥିବାରୁ ଯେ କୌଣସି ସରକାରୀ କାର୍ଯ୍ୟ ନିମନ୍ତେ ଯାତାଯାତ କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଭିନ୍ନ ସମସ୍ୟା ଗୁଡ଼ିକୁ ଜଣେଇବାକୁ ହେଲେ ସହଜରେ ସମାଧାନ ହୋଇ ପାରୁନାହି । ବାର୍ଦ୍ଧକ୍ୟ ଭତ୍ତା ,ରାସ୍ତାଘାଟ ଓ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ଅନେକ ଦୂର ଯିବାକୁ ପଡୁଛି , ତତ୍ ସହିତ ଦୁର୍ଗମ ଅଞ୍ଚଳ କୁ ରାସ୍ତା ନିର୍ମାଣ ସମ୍ଭବ ହୋଇ ପାରୁନି ।ଏଣୁ ସମସ୍ତ ଜନସାଧାରଣ ପୋଡ଼ାଗଡ ଠାରେ ନୂତନ ବ୍ଲକ ସ୍ଥାପନ କରାଗଲେ ଉକ୍ତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି ଜନସାଧାରଣ ଜିଲ୍ଲପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି, ଉକ୍ତ ଦାବୀପତ୍ର କୁ ସରକାରଙ୍କ ନିକଟରେ କିଭଳି ପହଞ୍ଚି କର୍ଯ୍ୟକାରିହେବ ତାହା ଜନସାଧାରଣ ଜିଲ୍ଲପାଳଙ୍କ ନିକଟରେ ଆଶା ରଖିଛନ୍ତି ।ଉକ୍ତ ବୈଠକରେ ଉମରକୋଟ ପଞ୍ଚାୟତ ସମିତି ଚେୟାରମେନ ଶ୍ରୀମତୀ ସୁଶୀଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଳ ସରକାର ,୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତ୍ରା, ଭଣ୍ଡାରିଗୁଡା ପୂର୍ବତନ ସରପଞ୍ଚ ଉର୍ଦ୍ଧବ ଚରଣ ନାୟକ ,ସମାଜ ସଂଗଠକ ଦେବିଶିଂ ମାଝୀ , ତୁଳସୀରାମ ଭତ୍ରା,ତୋରେଙ୍ଗା ସରପଞ୍ଚ ମନୁ ଭତ୍ରା, ସୀଙ୍ଗିଶାରି ଡମ୍ବରୁ ମାଝୀ ସମେତ କାରାଗାଁ, ମୁଣ୍ଡିଗୁଡ଼ା, ନେହୁରା ଓ ବେନୋରା ପଂଚାୟତ ର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |