ଭୁବନେଶ୍ୱର,୨୩ା୧: ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଓଡ଼ିଶା ଆସିବେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଭାରତ ଓ ଅନ୍ୟ ୧୨ଟି ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସମେତ ୫୦୦୦ରୁ ଅଧିକ ପ୍ରତିନିଧି । ଯାହାକୁ ନେଇ ଏବେ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ମଧ୍ୟ ଏହି କନକ୍ଲେଭରେ ସାମିଲ ହେବେ । ଏହି ଦୁଇଦିନିଆ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଜାନୁୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ ।ମଙ୍ଗଳବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୪୦୦କମ୍ପାନୀ ମଧ୍ୟରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି । ଏହି କନକ୍ଲେଭରେ ଦେଶର ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସମେତ ୧୨ଟି ରାଷ୍ଟ୍ର ଯଥା-ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ,ଜର୍ମାନୀ,ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ପ୍ରମୁଖ ଦେଶର ନିବେଶକ,ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ଯୋଗ ଦେବେ । ଏହି ସବୁ ଦେଶ ‘କଂଟ୍ରି ଅଫ ଫୋକସ୍’ ରହିବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର କନକ୍ଲେଭରେ ଆଇଟି,ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।କନ୍କ୍ଲେଭ୍ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ ୨୭ରେ ପାଞ୍ଚଟି ଅଧିବେଶନ ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କନ୍କ୍ଲେଭ୍ର ସହଯୋଗୀ ଥିବା ଭାରତୀୟ ଶିଳ୍ପ ସଂଘ (CII)ର ଜାତୀୟ ପରିଷଦର ପ୍ରାୟ ୨୦୦ ବରିଷ୍ଠ ସଦସ୍ୟ ଓଡ଼ିଶା ଆସୁଛନ୍ତି। ଏହାରୁ ଲାଭ ଉଠାଇବା ଲାଗି ଏହି ଅଧିବେଶନଗୁଡ଼ିକ ଆୟୋଜନ କରିବା ନେଇ ଯୋଜନା ହୋଇଛି। ତେବେ ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |