ଫ୍ରେବ୍ରୁଆରୀ ୧୩ରୁ ବିଧାନସଭା ଅଧିବେଶନ ,ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ

ଭୁବନେଶ୍ୱର,୨୩ା୧:ଫ୍ରେବ୍ରୁଆରୀ ୧୩ ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବ। ୧୩ ତାରିଖରେ ମହାମହିମ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ। ୧୪ ଓ ୧୫ ତାରିଖରେ ଅଭିଭାଷଣ ସମ୍ପର୍କରେ ଆଲୋଚନା ହେବ। ଚଳିତ ବିଧାନସଭାରେ ୨୮ ଦିନ କାଯ୍ୟକାରୀ ଦିନ ସ୍ଥିର ହୋଇଛି। ଏହା ଭିତରେ ୩ ଦିନ ସରକାରୀ ଏବଂ ୩ ଦିନ ବେସରକାରୀ କାଯ୍ୟକ୍ରମ ରଖାଯାଇଛି। ଅଧିବେଶନରେ ବଜେଟ ଆଗତ ହେବ ଏହା ଉପରେ ମଧ୍ୟ ଆଲୋଚନା ହେବ। ବଜେଟ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ନିରୀକ୍ଷକ କରିବା ପାଇଁ ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ଵାର ଆଲୋଚନା ହେବ। ୭ ମାର୍ଚ୍ଚରେ ସ୍ଥାୟୀ କମିଟି ଦ୍ଵାର ରିପୋର୍ଟ ଉପସ୍ଥାପନା ହେବ।ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ଦଳ ବଜେଟ୍‌ ଉପସ୍ଥାପନା କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ତେବେ ଗଠନମୂଳକ ପରାମର୍ଶ ଦେଲେ ଏହା ନିଶ୍ଚିତ ଉପାଦେୟ ହେବ। ବିରୋଧୀମାନେ ବିରୋଧାଭାସ କଲେ, ବିଶୃଙ୍ଖଳା କଲେ ଚଳିତ ଏହି ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ଲିଭାନ୍ତୁ। ଗଠନମୂଳକ ପରାମର୍ଶ ଦିଅନ୍ତୁ। ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ। ଏ ନେଇ ତାରିଖ ସ୍ଥିର ହୋଇନି ବୋଲି ସୁରମା କହିଛନ୍ତି ।ଏଥିସହିତ ୧୭ ତାରିଖରେ ବଜେଟ ଆଗତ ହେବ। ଏହା ଉପରେ ବିସ୍ତୃତ ଆଲୋଚନା ହେବ। ୨୦ ଓ ୨୧ରେ ବଜେଟ୍‌ ଉପରେ ସାଧାରଣ ଆଲୋଚନା ରହିଛି। ୨୨ ତାରିଖରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ୱାରା ବଜେଟ୍‌ ଉପରେ ନିରୀକ୍ଷକ ପାଇଁ ନିର୍ଦ୍ଧାରଣ କରାଯାଇଛି। ୭ ମାର୍ଚ୍ଚରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନା ହେବ। ୧୦ ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କିତ ଆଲୋଚନା ହେବ। ୨୯ ତାରିଖରେ ବିନିଯୋଗ ବିଲ୍‌ ଉପସ୍ଥାପନ ଏବଂ ବଜେଟ୍‌ ପାରିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!