ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୨୩ା୧: ଆଜି ଅପରାହ୍ନ 4ଘଣ୍ଟା ସମୟରେ *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଲା। ଉକ୍ତ ସଭାରେ ଏକ୍ସ କେଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେଲା। ଆଜିର କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସହକାରୀ ଶିକ୍ଷକ ମହାସଙ୍ଘ ର ସାଧାରଣ ସମ୍ପାଦକ ହାନେଶ ପାତ୍ର,ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଢି, ମଙ୍ଗଳା ବେହେରା, ଡାବୁଗାଁ ବ୍ଲକ ସଙ୍ଘ ର ଉପସଭାପତି ନରସିଂ ଭତ୍ରା ଡାବୁଗାଁ ବ୍ଲକ ସଙ୍ଘ ସମ୍ପାଦକ ଜିତେନ୍ଦ୍ର ମାଝୀ। ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକର ପ୍ରାୟ ଶହେରୁ ଉର୍ଦ୍ଧ ସହକାରୀ ଶିକ୍ଷକ ସଙ୍ଘର ଏକ୍ସ କେଡର ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ ଏବଂ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଡାବୁଗାଁ ବ୍ଲକ ସମ୍ପାଦକ ଜିତେନ୍ଦ୍ର ମାଝୀ ଏବଂ ତାଙ୍କୁ ସହଯୋଗ କରିଥଲେ ଚେନବାବୁ, ରବି, ଲାଣ୍ଡୁ ପଢି ଏବଂ ଡାବୁଗାଁ ଅଂଚଳର ସହକାରୀ ଶିକ୍ଷକ ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |