ଭୁବନେଶ୍ୱର,୨୪।୧:ଓଡ଼ିଶା ପୋଲିସ ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।ବୋର୍ଡରେ ଓଡ଼ିଶା ପୋଲିସ ଓ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ । ଏଥିସହ ଅବସରପ୍ରାପ୍ତ କୋଷ୍ଟଗାର୍ଡ଼ ଓ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି ।ସେମାନେ ଅବସର ପରେ ମେରାଇନ୍ ପୋଲିସରେ ନିଯୁକ୍ତି ପାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |