ଭୁବନେଶ୍ୱର,୨୪ା୧:ରାଜ୍ୟପାଳଙ୍କ ଏଡିସି ଭାବେ ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ନିଯୁକ୍ତି ମିଳିଛି । ସେ ତାଙ୍କର ଏହି ନୂଆ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବ ରାଜ୍ୟପାଳ ରଘୁବର ଦାସଙ୍କ ସମୟରେ ୨୦୨୪ ମେ’ ମାସରୁ ଏଡିସି ଭାବେ ଲେଫଟନାଂଟ କମାଣ୍ଡର ନୀତିନ୍ ତ୍ରିପାଠୀ କାର୍ଯ୍ୟ କରୁଥିଲେ । ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି । ସେ ବୌଦ୍ଧ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ସ୍ଥାନୀୟସ୍ତରରେ ରିଲିଭ୍ କରାଯିବା ପରେ ସେ ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଇଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |