ଭୁବନେଶ୍ୱର,୨୪ା୧:ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ଆସନ୍ତୁ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ କୁହୁଡ଼ି ଦେଖାଯିବ।ଘନ କୁହୁଡ଼ି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୨୪ ଘଣ୍ଟାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଏହି ଜିଲ୍ଲା ଗୁଡ଼ିକ ହେଲେ- କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲା ଗୁଡ଼ିକୁ ସତର୍କ କରାଇଲା ପାଣିପାଗ ବିଭାଗ।ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ। ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି ରାଜ୍ୟରେ ଯାହା ପ୍ରଭାବରେ ଉତ୍ତରଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡି ଦେଖିବାକୁ ମିଳିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ବିଶେଷ କରି ଅନୁଗୁଳ,ଢେଙ୍କାନାଳ, ମୟୂରଭଞ୍ଜ,କନ୍ଧମାଳ, କଳାହାଣ୍ଡି, କେଉଁଝର, ଦେଓଗଡ଼,ସୁନ୍ଦରଗଡ଼,କୋରାପୁଟ ରେ ଘନ କୁହୁଡି ନେଇ କିଛି କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଅର୍ଥାତ୍ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ବରରେ ୧୯.୫ ଡିଗ୍ରୀ, କଟକରେ ୧୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |