ମୁମ୍ବାଇ,୨୪ା୧: ମହାରାଷ୍ଟ୍ରର ଏକ ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ଭଣ୍ଡାରା ଜବାହାରନଗର ସ୍ଥିତ କାରଣଖାନାରେ ବିସ୍ଫୋରଣ ହେବା ଫଳରେ ଅଧାଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି।ସକାଳ 10ଟା 30 ମିନିଟରେ ଏଠାରେ ବିସ୍ଫୋରଣ ହୋଇଛି । ଏନେଇ ଜିଲ୍ଲାପାଳ ସଞ୍ଜୟ କୋଲଟେ ସୂଚନା ଦେଇଛନ୍ତି । ତେବେ ଆହୁରି ଅନେକ ସେଠାରେ ଫସିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।ଯେତେବେଳେ ବିସ୍ଫୋରଣ ହୋଇଥିଲା ସେତେବେଳେ ଛାତ ଭୁଶୁଡି ପଡିଥିଲା । ଫଳରେ ଅତି କମରେ 12 ଜଣେ ଲୋକ ତଳେ ଚାପି ହୋଇଯାଇଥିଲେ । ତେବେ ଭଗ୍ନାବଶେଷ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଚା ଜାରି ରହିଥିବା କଥା ସେ କହିଛନ୍ତି ।ମହାରାଷ୍ଟ୍ରର ଭଣ୍ଡାରାରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ । ଦୁର୍ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଏହି ସୂଚନା ସେ ଦେଇଛନ୍ତି । ଫ୍ୟାକ୍ଟ୍ରିର ଆର୍ କେ ବ୍ରାଞ୍ଚ ସେକ୍ସନ ବିସ୍ଫୋରଣରେ ଛାରଖାର ହୋଇଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଛାତ ଭୁଶୁଡି ପଡିଲା । ତା’ ତଳେ ଚାପି ହୋଇ ରହିଯାଇଥିଲେ ୧୨ ଜଣ । ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୦ ଜଣ ଚାପି ହୋଇ ରହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |