୨୦୨୪ ପୁରୁଷ ଟିମ ଅଫ୍ ଦ ଇଅର ପୁରସ୍କାରରେ ନାହିଁ ଭାରତୀୟଙ୍କ ନାଁ

ନୂଆଦିଲ୍ଲୀ,୨୪।୧:ବିଦାୟ ନେଇଥିବା ୨୦୨୪ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ଦିନିକିଆ ଦଳ ଗଠନ କରିଛି। ବର୍ଷ ତମାମ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ପକ୍ଷରୁ ଟିମ ଗଠନ କରାଯାଇଛି। ୨୦୨୪ରେ ଭାରତୀୟ ଟିମ ଆଇସିସି ଟି-୨୦ ବିଶ୍ୱକପ ଜିତିଥିଲା। ତଥାପି ଆଇସିସି ୨୦୨୪ ବର୍ଷ ପାଇଁ ଗଠନ କରିଥିବା ଦିନିକିଆ ଶ୍ରେଷ୍ଠ ଏକାଦଶରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇ ନାହାନ୍ତି। ଏହାର କାରଣ ହେଲା ଭାରତୀୟ ଟିମ ୨୦୨୪ରେ ମାତ୍ର ୩ଟି ଦିନିକିଆ ମ୍ୟାଚ୍‌ ଖେଳିଛି। ଦଳ ଗତବର୍ଷ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ୍‌ ଖେଳିଥିଲା |ଦିନିକିଆ ଫର୍ମାଟ୍‌ରେ ୨୦୨୪ର ଶ୍ରେଷ୍ଠ ଦଳ ପୁରସ୍କାରେ ଏଥର କୌଣସି ଭାରତୀୟ ଖେଳାଳାଳି ସ୍ଥାନ ପାଇ ନାହାନ୍ତି। ୨୦୨୪ ପୁରୁଷ ଦିନିକିଆ ଟିମ୍ ଅଫ୍ ଦ ଇଅର କ୍ୟାପ୍ଟେନ୍ ପୁରସ୍କାର ଶ୍ରୀଲଙ୍କାକୁ ଯାଇଛି। ଗତ ବର୍ଷ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ କେବଳ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା ଭାରତ। ଏଥିରେ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା। ତିନିଟି ମ୍ୟାଚ୍‌ରୁ ଗୋଟିଏ ଟାଇ ରହିଥିବା ବେଳେ ଅନ୍ୟ ଦୁଇଟିରେ ପରାସ୍ତ ହୋଇଥିଲା ଭାରତ। ଏହାପରେ ମ୍ୟାନ ଇନ ବ୍ଲୁ କୌଣସି ଦିନିକିଆ ମ୍ୟାଚ ଜିତିପାରି ନାହିଁ। କେବଳ ୨୦୨୩ ମସିହା ବିଶ୍ୱକପ୍ ସେମିଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ଜିତିଥିଲା। ଅନ୍ୟପଟେ ଶ୍ରୀଲଙ୍କାର ଚରିଥ ଅସଲଙ୍କାଙ୍କୁ ୨୦୨୪ ଦିନିକିଆ ଦଳର ଶ୍ରେଷ୍ଠ  ଅଧିନାୟକ ଭାବରେ ମନୋନୀତ କରାଯାଇଛି। ତାଙ୍କରି ନେତୃତ୍ୱରେ ଶ୍ରୀଲଙ୍କା ୨୦୨୪ରେ ୨୧ ଟି ଦିନିକିଆ ମ୍ୟାଚ୍ ଖେଳି ୧୩ରେ ବିଜୟୀ ହୋଇଥିଲା। ତେବେ  ଆଫଗାନିସ୍ତାନ, ଜିମ୍ବାୱେ, ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତର ଚାରୋଟି ସିରିଜ ଜିତିଥିଲା ଦଳ। ଗତ ବର୍ଷ ୧୬ ଦିନିକିଆ ମ୍ୟାଚ୍ ଖେଳି ଅଶଲଙ୍କା ୫୦.୦୨ ହାରରେ ୬୦୫ ରନ୍ କରିଥିଲେ। ଯେଉଁଥିରେ ଗୋଟିଏ ଶତକ ଓ ଚାରୋଟି ଅର୍ଦ୍ଧଶତକ ରହିଥିଲା।ସେହିପରି ପାକିସ୍ତାନର ବାମହାତୀ ସୈମ ଆୟୁବ ଏବଂ ଆଫଗାନିସ୍ତାନର ଯୁବ ଖେଳାଳି ରହମାନୁଲ୍ଲା ଗୁରବାଜ ବେଷ୍ଟ ଓପନର ପୁରସ୍କାର ପାଇଛନ୍ତି। ଆୟୁବ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକାଧିକ ଶତକ ହାସଲ କରିଛନ୍ତି। ଗୁରବାଜ ମଧ୍ୟ ୧୧ଟି ମ୍ୟାଚ୍ ରୁ ୪୮.୨୭ ହାରରେ ତିନୋଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସହିତ ୫୩୧ ରନ୍ କରିଛନ୍ତି।ଜାନୁଆରୀରେ ଜିମ୍ବାୱେ ବିପକ୍ଷରେ ୱାନିନ୍ଦୁ ହସରଙ୍ଗା ଚମତ୍କାର ବୋଲି କରି ମାତ୍ର ୧୯ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ଯାହା ଦିନିକିଆ ଇତିହାସର ପଞ୍ଚମ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ବୋଲି କୁହାଯାଇଥିଲା। ତାଙ୍କ ୨୦୨୪ର ଶ୍ରେଷ୍ଠ ବୋଲର ପୁରସ୍କାର ମିଳିଛି। ପାକିସ୍ତାନର ହରିସ ରୌଫ ଏବଂ ଶାହିନ ଶାହ ଆଫ୍ରିଦି ଶ୍ରେଷ୍ଠ ଦ୍ରୁତ ବୋଲର। ଆଫଗାନିସ୍ତାନ ସ୍ପିନର ଏଏମ ଘଜାନଫର ଆଦିକୁ ସ୍ପିନର ପୁରସ୍କାର ମିଳିବ।

ଏମାନେ ଆଇସିସି ୨୦୨୪ର ଶ୍ରେଷ୍ଠ ଦଳ ପୁରସ୍କାର ପାଇବେ 

ସାଇମ ଆୟୁବ (ପାକିସ୍ଥାନ), ରହମାନୁଲ୍ଲା ଗୁରୁବାଜ (ଆଫଗାନିସ୍ତାନ), ପାଥୁମ ନିଶଙ୍କା (ଶ୍ରୀଲଙ୍କା), କୁସାଲ ମେଣ୍ଡିସ (କିପର) ଶ୍ରୀଲଙ୍କା, ଚରିଥ ଆସାଲଙ୍କା (କ୍ୟାପ୍ଟେନ୍, ଶ୍ରୀଲଙ୍କା) ଶେରଫେନ ରାଉଟରଫୋର୍ଡ (ୱେଷ୍ଟଇଣ୍ଡିଜ୍)। ଆଜମତୁଲ୍ଲା ଓମାରଜାଇ (ଆଫଗାନିସ୍ତାନ), ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା), ଶାହିନ୍ ଶାହା ଆଫ୍ରିଦି (ପାକିସ୍ଥାନ), ହରିସ୍ ରାଉଫ (ପାକିସ୍ଥାନ), ଏମ୍ ଗଜାନଫର (ଆଫଗାନିସ୍ତାନ)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!