ରାଜ୍ୟରେ କମିବ ତାତି, ବଢିବ ଶୀତ

ଭୁବନେଶ୍ୱର ୨୫।୦୧ : ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧  ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।ରାଜଧାନୀ ଭୁବେଶ୍ବରରେ ଘନ କୁହୁଡ଼ି। ପୁରୀରେ ବି ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ଏହି ଘନ କୁହୁଡ଼ି ପାଇଁ ଦେଖାଯାଉ ନାହିଁ ରାସ୍ତାଘାଟ। ଯାତାୟତରେ ବାଧାପ୍ରାପ୍ତ।ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଗତକାଲି ପାଣିପାଗ ବିଭାଗ ଘନକୁହୁଡ଼ି ପାଇଁ ୧୮ ଜିଲ୍ଲାକୁ ସତର୍କତା କରି କରିଥିଲା।ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବା ହେତୁ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଧୀରେ ଧୀରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ। ଡ. ସାହୁ କହିଛନ୍ତି, ଗୁରୁଚାପ ପାଇଁ ଗରମ ପବନ ଆସୁଥିଲା । ତେଲଙ୍ଗାନା, ମହାରାଷ୍ଟ୍ରରେ ଗରମ ଅଧିକ ରହୁଥିଲା । ସେ ପାଖରୁ ଓଡ଼ିଶାକୁ ପବନ ଆସୁଥିଲା । ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା । ଆଜିଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି । ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ । ଏଥିପାଇଁ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ ବୋଲି ସେ କହିଛନ୍ତି । ୨୮ ଯାଏ ତାତି କମ୍‌ ରହିବ । କୁହୁଡ଼ିର  ପ୍ରଭାବ କମିବ । ୨୯ ଓ ୩୦ ତାରିଖରୁ ପୁଣି ଥରେ  ଘନ କୁହୁଡ଼ି ଆରମ୍ଭ ହେବ । ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)   ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ  କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ବି ତାତି ୩୪ ଡିଗ୍ରୀ ସେଲସିୟସ୍‌  ପାର୍‌ ହୋଇଛି । ଜାନୁଆରୀ ମାସ ନ ସରୁଣୁ ରାଜ୍ୟରେ  ତାତି ଏବେ ଡରାଇବା ଆରମ୍ଭ କଲାଣି । ରାଜ୍ୟର  ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫.୧ ଡିଗ୍ରୀରୁ  ଅଧିକ ଥିଲା ବୋଲି ଆଇଏମଡି ପକ୍ଷରୁ ସୂଚନା  ଦିଆଯାଇଛି । ୨୦୦୯ ଜାନୁଆରୀ ୩୧ ତାରିଖରେ କୋରାପୁଟର   ଦିନବେଳାର ତାତି ୩୩ ଡିଗ୍ରୀ ଥିଲା । ସେବେ ଏହି   ତାତି ସର୍ବକାଳୀନ ରେକର୍ଡ କରିଥିଲା । ଗତ ୨୨   ତାରିଖରେ ଏଠାରେ ତାତି ୩୩.୨ ଡିଗ୍ରୀ ଥିଲା ।  ଆଜି ଏଠାରେ ସମାନ ତାତି ଅନୁଭୂତ ହୋଇଛି ।   ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୪.୨ ଡିଗ୍ରୀ  ରହିଛି । ବଲାଙ୍ଗିରରେ ତାତି ୩୩.୨ଡିଗ୍ରୀ, ବରଗଡ଼  ଓ ଭବାନୀପାଟଣାରେ ୩୩, ସମ୍ବଲପୁରରେ ୩୨.୯,  ଢେଙ୍କାନାଳରେ ୩୨.୨, ମାଲକାନଗିରିରେ ୩୨.୧ ଓ  ନୂଆପଡ଼ାରେ ତାତି ୩୨ ଡିଗ୍ରୀ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!